Odisha Link
Bridging the Missing Links in Odisha

ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ ଧୱନ

ଅଲିବାଗ: ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ ଧୱନ। ନିଜର ପିଲାଦିନର ସାଙ୍ଗ ନତାଶା ଦଲାଲଙ୍କୁ ବିବାହ କରୁଛନ୍ତି ବରୁଣ ଧୱନ। ବରୁଣ ଓ ନତାଶାଙ୍କର ହିନ୍ଦୁ ରୀତିନୀତି ଅନୁସାରେ ବିବାହ ହୋଇଛି। ଗତକାଲି ଦ ମ୍ୟାନସନ୍ ହାଉସରେ ରାତି ପାୟ ୧୦ଟା ୩୦ରେ ଦୁହିଁଙ୍କ ବାହାଘର ହୋଇଛି।

ବିବାହ ପରେ ଦୁହେଁ ବେଶ୍ ଖୁସି ନଜର ଆସିଛନ୍ତି। ବିବାହ ସନ୍ଧ୍ୟା ୬ଟାରେ ପୂଜାପାଠ ସହ ଆରମ୍ଭ ହୋଇଥିଲା। ବିବାହ ବେଳେ ନାଚଗୀତର ଆସର ବେଶ୍ ଜମିଥିଲା।ବାହାଘରରେ ବରୁଣ ଧୱନ ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷଙ୍କ ଦ୍ୱାରା ଡିଜାଇନ୍ ସ୍ୱତନ୍ତ୍ର ଶେରୱାନିରେ ନଜର ଆସିଥିଲେ। ଅନ୍ୟପଟେ ଫ୍ୟାସନ୍ ଡିଜାଇନର ନତାଶା ନିଜେ ପ୍ରସ୍ତୁତ କରିଥିବା ଲେହେଙ୍ଗାରେ ନଜର ଆସିଛନ୍ତି।

ମୁମ୍ବାଇରୁ ୧୦୦ କିଲୋମିଟର ଦୂର ଅଲିବାଗରେ ବରୁଣ ଓ ନତାଶାଙ୍କ ବିବାହ ହୋଇଛି। ବିବାହ ଉତ୍ସବରେ ପ୍ରାୟ ୪୦ ଜଣ ଉପସ୍ଥିତ ଥିବାବେଳେ ସମସ୍ତଙ୍କ କରୋନା ଟେଷ୍ଟ କରାଯାଇଛି। ବିବାହ ଉତ୍ସବରେ ନିର୍ଦ୍ଦେଶକ କୁଣାଳ କୋହଲି, ଡିଜାଇନର ମନୀଷ ମଲହୋତ୍ରା ଓ ଶଶାଙ୍କ ଖେତାନ ଉପସ୍ଥିତ ଥିଲେ।

Comments are closed.