Odisha Link
Bridging the Missing Links in Odisha

୫୫ ବର୍ଷର ଇତିହାସରେ ପ୍ରଥମ, ମୁଖ୍ୟ ଅତିଥିଙ୍କ ବିନା ହେଲା ପରେଡ୍‌

ନୂଆଦିଲ୍ଲୀ: ସାରା ଦେଶ ଆଜି ୭୨ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ପ୍ରତ୍ୟେକ ବର୍ଷ ଅପେକ୍ଷା ଚଳିତବର୍ଷ ଗଣତନ୍ତ୍ର ଦିବସ ମହାମାରୀ କରୋନା କଟକଣା ଯୋଗୁଁ ଟିକେ ଭିନ୍ନ। ଭାରତର ଏହି ଶୌର୍ଯ୍ୟ ଓ ପରାକ୍ରମର ମୁହୂର୍ତ୍ତର ସାକ୍ଷୀ ହେବାକୁ ପ୍ରତି ବର୍ଷ ରାଜପଥରୁ ଲାଲକିଲା ପର୍ଯ୍ୟନ୍ତ ଅଗଣିତ ଦର୍ଶକଙ୍କ ଭିଡ଼ ଜମେ। ଏଥର କିନ୍ତୁ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସ ପାଳନରେ କିଛି କଟକଣା ଲାଗିଛି। ଏଥର ଜାତୀୟ ପରେଡ୍‌ରେ ଦମ୍‌ ଦେଖାଇଲେ ମହିଳା। ଭାରତ ଯେ ସୁପର୍‌ପାୱାର ହେବାକୁ ଯାଉଛି, ଆମ ପରେଡ୍‌ ତା’ର ପ୍ରମାଣ। ଗଣତନ୍ତ୍ର ଦିବସ ପରେଡ୍‌କୁ ନେଇ ରହିଛି କିଛି ରୋଚକ ଇତିହାସ। ଲାଲକିଲାରେ ତ୍ରିରଙ୍ଗା ଉଡ଼ିଲେ ଏ ସ୍ମୃତି ଆପଣା ଛାଏଁ ସତେଜ ହୋଇଉଠେ। ମନେ ପଡ଼ିଯାଏ ସେଇ ପୁରୁଣା ଦିନର ରାଜପଥ, ଲାଲକିଲା ଓ ପରେଡ୍‌।

ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ସମାରୋହ ରାଜଧାନୀ ଦିଲ୍ଲୀର ରାଜପଥରେ ସମ୍ପନ୍ନ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଡ୍‌ର ଅଭିବାଦନ ନେଇଛନ୍ତି। ହେଲେ ଚଳିତବର୍ଷ ମୁଖ୍ୟ ଅତିଥିଙ୍କ ବିନା ପରେଡ୍‌ ହୋଇଛି। ଦୀର୍ଘ ୫୫ବର୍ଷ ପରେ ବିନା ମୁଖ୍ୟ ଅତିଥିରେ ଚଳିତ ବର୍ଷ ପରେଡ୍‌ ହୋଇଛି। ପରମ୍ପରାଗତ ଭାବେ ପ୍ରତି ବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ର ମୁଖ୍ୟ ଆକର୍ଷଣ ଥାନ୍ତି ମୁଖ୍ୟ ଅତିଥି। ଭାରତ ଏପର୍ଯ୍ୟନ୍ତ ଅନେକ ପଡ଼ୋଶୀ ଦେଶର ରାଜନୈତିକ ନେତାଙ୍କୁ ପରେଡ୍‌ରେ ଆମନ୍ତ୍ରିତ କରିଆସିଛି। ୧୯୫୦ ମସିହା ପ୍ରଥମ ଗଣତନ୍ତ୍ର ଦିବସ ସମାରୋହରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଡ. ସୁକର୍ଣ୍ଣୋ ମୁଖ୍ୟ ଅତିଥି ହୋଇଥିଲେ। ଏଥର କିନ୍ତୁ କୋଭିଡ୍‌-୧୯ ଯୋଗୁ ଏହି ଧାରାରେ ପରିବର୍ତ୍ତନ ହୋଇଛି। ଚଳିତ ଗଣତନ୍ତ୍ର ଦିବସ ପରେଡ୍‌ରେ କୌଣସି ବାହ୍ୟ ରାଷ୍ଟ୍ରରୁ ଅତିଥିଙ୍କ ଆଗମନ ହୋଇନାହିଁ।

ତେବେ ଏହା ପ୍ରଥମ ନୁହେଁ। ଏମିତି ଅନେକ ଥର ଭାରତୀୟ ଗଣତନ୍ତ୍ର ଦିବସ ପରେଡ୍‌ ମୁଖ୍ୟ ଅତିଥିଙ୍କ ବିନା ସମ୍ପନ୍ନ ହୋଇଛି। ୧୯୫୨ ଓ ୧୯୫୩ ଦୁଇ ବର୍ଷ ଧରି ଗଣତନ୍ତ୍ର ପରେଡ୍‌ରେ କେହି ମୁଖ୍ୟ ଅତିଥି ନ ଥିଲେ। ସେହିପରି ୧୯୬୬ ମସିହାରେ ମୁଖ୍ୟ ଅତିଥିଙ୍କ ବିନା ପରେଡ୍‌ ହୋଇଥିଲା।

Comments are closed.