Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ: ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ। ଏହି ଅଭାବନୀୟ ଘଟଣାଟି ଢେଙ୍କ‌ାନାଳ ଜିଲ୍ଲା ବେଲଟିକିର ପଞ୍ଚାୟତର ଧଉରାମରା ଗ୍ରାମରେ ଘଟିଛି। ମୃତ ହେଲେ ବଣସିଂହ ପଂଚାୟତ ମୁଲିଆପୁର ଗ୍ରାମର ଲକ୍ଷ୍ମଣ ମହାନ୍ତି।

ପ୍ରକାଶ ଯେ , ଗତ କାଲି ଲକ୍ଷ୍ମଣ ଝିଅ ଘର ଧଉରାମରା ଗ୍ରାମକୁ ବୁଲିବାକୁ ଆସିଥିଲେ। ଆଜି ଭୋରୁ ସେ ଘର ନିକଟସ୍ଥ ଏକ ସ୍ଥାନକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଫଳରେ ତାଙ୍କର ସେଠାରେ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.