Odisha Link
Bridging the Missing Links in Odisha

ଲଞ୍ଚ ହେଲା ସ୍ବଦେଶୀ ଆପ୍‌ FAU-G

ନୂଆଦିଲ୍ଲୀ: ମୋବାଇଲ ଗେମ୍‌ ଖେଳାଳିଙ୍କ ପାଇଁ ଖୁସି ଖବର। ଭାରତରେ ଲଞ୍ଚ ହେଲା ସ୍ବଦେଶୀ ଗେମିଙ୍ଗ୍‌ ଆପ୍‌ ଫୌଜୀ। ପୂର୍ବରୁ ଦିଆଯାଇଥିବା ସୂଚନା ମୁତାବିକ ୭୨ ତମ ସାଧାରଣତନ୍ତ୍ର ଦବିସ ଅବସରରେ ଲଞ୍ଚ ହେଲା ଭାରତର ସ୍ବଦେଶୀ ଗେମିଙ୍ଗ୍‌ ଆପ୍‌ ଫୌଜି। ଏନେଇ ଆଜି ଅକ୍ଷୟ କୁମାର ଟୁଇଟ କରି ସୂଚନା ଦେଇଛନ୍ତି।

ଦେଶରେ ଏହି ଗେମର ଘୋଷଣା ସେହି ସମୟରେ ଆସିଥିଲା ଯେତେବେଳେ ଗଲଓ୍ବାନ ଘାଟିରେ ଭାରତ-ଚୀନ ମଧ୍ୟରେ ବିବାଦ ହୋଇଥିଲା। ଯାହାଫଳରେ ଚୀନର କିଛି ଆପ୍ସକୁ ବ୍ୟାନ୍‌ କରିଥିଲା ଭାରତ ସରକାର। ବ୍ୟାନ୍‌ ହୋିଥିବା ଆପ ଲିଷ୍ଟରେ ପବଜି ସାମିଲ ଥିଲା। ଏହାପରେ ଦେଶରେ ଭାରତୀୟ ଗେମିଂ ଆପ୍‌ ଫୌଜୀ ଗେମର ଘୋଷଣା କରାଯାଇଥିଲା। ଏବେ ଏହି ଗେମ ଭାରତରେ ଲଞ୍ଚ କରିସାରିଛି।

ସୂଚନାଥାଉକି, ଜାନୁଆରୀ ୩ ତାରିଖରେ ଭାରତର ସ୍ବଦେଶୀ ଗେମ ଫୌଜୀର ଦମଦାର ଆନ୍ଥେମ ସୋଶିଆଲ ମିଡିଆରେ ସେୟାର କରିଥିଲେ ବଲିଉଡ ଷ୍ଟାର ଅକ୍ଷୟ କୁମାର।

Comments are closed.