Odisha Link
Bridging the Missing Links in Odisha

ପିଙ୍କ ହାଉସ ସମ୍ମୁଖରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ସମୁଦ୍ରରେ ଗାଧୋଉଥିବା ବେଳେ ୭ଜଣ ସମୁଦ୍ର ଜୁଆରରେ ଭାସିଯାଇଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଯୁବକ ନିଖୋଜ ଥିଲେ। ନିଖୋଜ ବ୍ୟକ୍ତି ଜଣକ ହେଲେ ଝାଡ଼ଖଣ୍ଡର ବୋକାରୋ ନିବାସୀ ରମେଶ ସାହୁଙ୍କ ପୁଅ ଦୀପକ କୁମାର।ଆଜି ତାଙ୍କର ମୃତଦେହ ପିଙ୍କ ହାଉସ ସମ୍ମୁଖ ସମୁଦ୍ର କୂଳରୁ ମିଳିଛି।

ପ୍ରକାଶ ଯେ , ଝାରଖଣ୍ଡରୁ ପୁରୀ ଆସିଥିବା ୧୫ ଜଣ ପର୍ଯ୍ୟଟକ ପେଣ୍ଠକଟା ନିକଟ ପିଙ୍କ ହାଉସ ହୋଟେଲ ନିକଟରେ ଗାଧୋଉଥିଲେ। ଏହି ସମୟରେ ଉଚ୍ଚ ଜୁଆରର କରେଣ୍ଟରେ ୭ଜଣ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ୬ ଜଣକୁ ଉଦ୍ଧାର କରିଥିବା ବେଳେ ଦୀପକଙ୍କ ପତ୍ତା ମିଳିନଥିଲା। ଦୀପକ ଜଣେ ଛାତ୍ର ବୋଲି ଶୁଣିବାକୁ ମିଳିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ଆଜି ତାଙ୍କର ମୃତଦେହ ସମୁଦ୍ର କୂଳରୁ ମିଳିଛି।

Comments are closed.