ଫେବୃଆରୀ ୧ରୁ ଖୋଲିବ ଅଙ୍ଗନବାଡ଼ି

ଭୁବନେଶ୍ବର: ଫେବୃଆରୀ ୧ ତାରିଖରୁ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନେଇ ଅନୁମତି ମିଳିଛି। ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ଏସଓପି ଅନୁସାରେ ପ୍ରେକ୍ଷାଳୟ ଚାଲିବ।
ସେପଟେ ଆଜି ଜାରି କରାଯାଇଥିବା ଗାଇଡଲାଇନରେ ବିଭିନ୍ନ କ୍ଷେତ୍ରକୁ ଅନୁମତି ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଲା: ୧- କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ କଣ୍ଟେନମେଣ୍ଟ ହୋଇପାରିବ ୨- ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ ୩- ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି ୪- ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ ପାଇଁ ମିଳିବ ଅନୁମତି ୫- ଖୋଲା ଜାଗାରେ ପଡ଼ିଆ ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ ୬- ବିବାହ ଓ ଶେଷକୃତ୍ୟ କାର୍ଯ୍ୟରେ ସର୍ବାଧିକ ୫୦୦ ଜଣଙ୍କୁ ଅନୁମତି ୭- ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ ଓ ଥର୍ମାଲ ସ୍କାନିଂ ଜରୁରୀ ୮- ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସଓପି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି ୯-ଇଞ୍ଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବେ ବୈଷୟିକ ଶିକ୍ଷା ବିଭାଗ ୧୦- ଏସଓପି ମାନି ଖୋଲିପାରିବ ସିନେମା ହଲ ଓ ଥିଏଟର ୧୧- ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା ଓ ଖୋଲାମଞ୍ଚ।
Comments are closed.