Odisha Link
Bridging the Missing Links in Odisha

ପ୍ରେମ ପାଇଁ ବାବା ବେଶ ହେଲା କାଳ

ଯାଜପୁର: ହରଡ଼ ଘଣାରେ ବାବା ବେଶୀ ପ୍ରେମିକ। ପ୍ରେମିକାକୁ ଭେଟିବାକୁ ଧାରଣ କରିଥିଲେ ବାବା ବେଶ। କିନ୍ତୁ ବାବା ବେଶ ପଡ଼ିଲା ମହଙ୍ଗା। କାରଣ ପ୍ରେମିକଙ୍କୁ ଏଭଳି ବେଶରେ ଦେଖି ତାଙ୍କୁ ପିଲା ଚୋର ବୋଲି ଭାବିଥିଲେ ସ୍ଥାନୀୟ ଲେକେ। ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ।

ଧରାପଡ଼ିଥିବା ଛାତ୍ର ଜଣଙ୍କ ଅନୁଗୋଳରେ ଏକ କଲେଜରେ ପଢ଼ନ୍ତି। ସେ ଯୁକ୍ତ ଦୁଇର ଛାତ୍ର। ସେ ବାବ ବେଶ ଧାରଣ କରି ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀକୁ ଆସିଥିଲେ। ତେବେ ତାଙ୍କ ହାବଭାବ ଦେଖି କିଛି ଲୋକଙ୍କର ସନ୍ଦେହ ହେଲା। ପିଲା ଚୋର ସନ୍ଦେହରେ ଲୋକେ ତାଙ୍କୁ କାବୁ କରି ନେଇଥିଲେ ଓ ପୁଲିସ୍ ଜିମାରେ ଦେଇଥିଲେ। ପୁଲିସ୍ ଛାତ୍ର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ, ପ୍ରେମିକାଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁ ନଥିଲେ। ତେଣୁ ଛାତ୍ର ଜଣଙ୍କ ଏମିତି ବାବା ବେଶରେ ତାଙ୍କ ଘରକୁ ଯାଉଥିଲେ। ସ୍ଥାନୀୟ ବାସିନ୍ଦା ସଞ୍ଜୟ ଜେନା କହିଛନ୍ତି, ତାଙ୍କୁ ଦେଖି ମୋର ସନ୍ଦେହ ହେଲା। ମୁଁ ଅଟକାଇବାକୁ ଚେଷ୍ଟା କଲି। କିନ୍ତୁ ସେ ଦୁଇ ପାହୁଣ୍ଡ ଆଗକୁ ଚାଲିଗଲେ। ତା’ପରେ ମୁଁ ତାଙ୍କ ହାତକୁ ଧରି ପକାଇଲି ଓ କେଉଁଠାରୁ ଆସିଛନ୍ତି ବୋଲି ପଚାରିଲି।

ସେ ହିମାଳୟରୁ ଆସିଥିବା କଥା କହିଥିଲେ। ବ୍ୟାଗରେ ଥିବା ସମାନ ରଙ୍ଗର ଅଧାକିଲୋ ଚାଉଳ ଓ କେତୋଟି ୫ ଟଙ୍କିଆ କଏନ୍‌ ଦେଖାଇଥିଲେ। ତେବେ ତାଙ୍କ ବୟସ ଏବଂ ଚୁଟି ଓ ଦାଢ଼ି ଦେଖି ସନ୍ଦେହ ହୋଇଥିଲା। ଟାଣି ଦେବାରୁ ଦାଢ଼ି ଖସି ଗଲା। ଏହା ପରେ ଆଖପାଖ ପିଲା ସେଠାରେ ପହଞ୍ଚିଲେ। ତା’ପରେ ତାଙ୍କୁ ପୁଲିସ୍‌କୁ ଦେଇ ଦେଲୁ।

Comments are closed.