Odisha Link
Bridging the Missing Links in Odisha

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

କେନ୍ଦୁଝର: କେନ୍ଦୁଝରଗଡ଼ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ ପୁଣି ଲାଇନ୍ଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଳଓ୍ୱର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତିନି ଦିନରେ ୨ ଥର ଏପରି ଅଘଟଣ ଘଟିଛି। ‌

ମିଳିଥିବା ସୂଚନା ଅନୁସାରେ, ମାଲବାହୀ ଟ୍ରେନ୍‌ଟି ଆଇରନ ନେଇ ଜୁରୁଡ଼ିରୁ ପାରାଦ୍ୱୀପ ବନ୍ଦର ଯାଉଥିଲା। କିନ୍ତୁ କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଟ୍ରେନଟି କେନ୍ଦୁଝରଗଡ଼ ଷ୍ଟେସନ ଭିତରକୁ ଟ୍ରେନ୍‌ ପ୍ରବେଶ କରିବା ପାଇଁ ଟ୍ରାକ ଚେଞ୍ଜ ବେଳେ ଅଘଟଣ ଘଟିଛି। ଟ୍ରେନର ମଝି ୬ଟି ବଗି ଲାଇନଚ୍ୟୁତ ହୋଇଯାଇଛି।

ଯାହାଫଳରେ ବଡ଼ଧରଣର କିଛି ଅଘଟଣ ଘଟିନଥିବା ବେଳେ ରେଳ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଲାଇନଚ୍ୟୁତ ହୋଇଥିବା ବଗିକୁ ଟ୍ରାକରୁ ଆଣିବା ପାଇଁ ଉଦ୍ୟମ ଚାଲିଥିବା ବେଳେ କିପରି ଏଭଳି ଟ୍ରାକ୍‌ରୁ ବଗି ଖସିଲା, ସେନେଇ ତଦନ୍ତ।

ସେହିପରି ଏହାପୂର୍ବରୁ ଗତ ୨୮ ତାରିଖ ଦିନ ଉକ୍ତ ସ୍ଥାନରେ ଅନ୍ୟ ଏକ ମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ସେଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ଆଜି ମଧ୍ୟ କାହାର କିଛି ହୋଇନାହିଁ।

ବର୍ତ୍ତମାନ ଏହି ରୁଟ ଦେଇ କୌଣସି ଯାତ୍ରୀବାହୀ ଟ୍ରେନ ଯାଉ ନଥିବା ବେଳେ ତିନି ଦିନ ମଧ୍ୟରେ ଦୁଇ ଦୁଇଥର ଲାଇନଚ୍ୟୁତ ନେଇ ରେଳବିଭାଗର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି।

Comments are closed.