Odisha Link
Bridging the Missing Links in Odisha

ଡକାୟତି ଯୋଜନା ପଣ୍ଡ କଲା ପୁଲିସ, ୯ ଗିରଫ

ଜଟଣୀ : ଡକାୟତି ଉଦ୍ୟମ ବିଫଳ କଲା ପୁଲିସ। ମାରଣସ୍ତ୍ର ଜବତ ସହ ୯ଜଣଙ୍କୁ ଗିରଫ କରିଛି ଜଟଣୀ ପୁଲିସ। ପ୍ରକାଶ ଯେ, ବିଶେଷ ସୁତ୍ରରୁ ଖବର ପାଇ ଆଜି ଜଟଣୀ ପୋଲିସ ଆଇଆଇଟି-ତରାବୋଇ ରାସ୍ତାରେ ଚଢାଉ କରିଥିଲା ।

ଏଠାରେ ଡକାୟତି ପାଇଁ ଯୋଜନା ଚାଲୁଥିବା ବେଳେ ଚଢାଉ କରିଛି ପୁଲିସ । ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ୯ଜଣ ଡକାୟତଙ୍କୁ କାବୁ କରିଛି ପୁଲିସ । ସେମାନଙ୍କ ନିକଟରୁ ୧୦ଟି ବାଇକ, ଲୁହା ରଡ଼, ଖଣ୍ଡା, ଭୁଜାଲି ଏବଂ ଲଙ୍କାଗୁଣ୍ଡ ଜବତ କରିଛି ଜଟଣୀ ପୋଲିସ । ଅଧିକ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା ଜାରି ରହିଛି ।

Comments are closed.