Odisha Link
Bridging the Missing Links in Odisha

କଂଗ୍ରେସର ଭାଷାଜ୍ଞାନ!

ବ୍ରହ୍ମପୁର: ଆଜି ସାରା ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସ ପାଳନ କରୁଛି। ଗାନ୍ଧୀଜିଙ୍କ ତିରୋଧାନ ଦିବସ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ବଡ଼ ସମାହୋର କାର୍ଯ୍ୟକ୍ରମ ବ୍ରହ୍ମପୁରରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଚେଲ୍ଳା କୁମାର, ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କଂଗ୍ରେସର ହିଞ୍ଜିଳି ବିଧାୟକ ପ୍ରାର୍ଥି ଶମ୍ଭୁ ପାଣିଗ୍ରାହୀଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ସମାରୋହ ପାଇଁ ବ୍ରହ୍ମପୁର ସହରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବଡ଼ ବଡ଼ ହୋର୍ଡିଂ ବ୍ୟାନର ଲଗାଯାଇଛି। ଏହି ହୋର୍ଡିଂ ଗୁଡ଼ିକ ସହରର ଗଳିକନ୍ଦିରେ ଲାଗିଥିବାର ଦେଖିବାକୁ ମିଳିଛି। ହେଲେ ଲାଗିଥିବା ହୋର୍ଡିଂ ବ୍ୟାନରରେ କିଛି ତ୍ରୁଟି ବିଚ୍ୟୁତି ଥିବାର ଦେଖାଯାଇଛି। ତିରୋଧାନ ଦିବସ ଶବ୍ଦଟି ହୋର୍ଡିଂରେ ଭୁଲଥିବା ଦେଖିବାକୁ ମିଳିଛି। କିଛି ପୋଷ୍ଟରରେ ତିରୋଧାନ ବଦଳରେ ତିରୋଧନ ତ ଆଉ କିଛି ପୋଷ୍ଟରରେ ତିରୋଧାମ ଲେଖାଯାଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏପରିକି କିଛି ଲୋକ କଂଗ୍ରେସର ଭାଷାଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଅପରପକ୍ଷେ ଏଭଳି ତ୍ରୁଟି ଅଜାଣତରେ ହୋଇଛି ଆଗକୁ ଏଭଳି ତ୍ରୁଟିକୁ ଦୋହରାଇବୁ ନାହିଁ ବୋଲି କଂଗ୍ରେସର ଜଣେ ସ୍ଥାନୀୟ ନେତା କହିଛନ୍ତି।

Comments are closed.