Odisha Link
Bridging the Missing Links in Odisha

୨ ହଜାର କିଲୋର ଧଳା ଜହର ଜବତ

ବ୍ରହ୍ମପୁର : ଟ୍ରକରୁ ୨ ହଜାର କିଲୋର ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ କନିଷି ନିକଟରୁ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ । ପ୍ରକାଶ ଯେ, ଗୋ ଖାଦ୍ୟ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗର।

ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ କନିଷି ନିକଟରେ ଏକ ଗଞ୍ଜେଇ ଟ୍ରକ ଜବତ ହୋଇଛି। ପ୍ରାୟ ୨ହଜାର କିଲୋର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ କରାଯାଉଥିଲା। ତେବେ ଏହି ଘଟଣାରେ ଗାଡି ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।

Comments are closed.