Odisha Link
Bridging the Missing Links in Odisha

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାପାଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତେନ୍ତୁଳିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର। ତାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ , ପ୍ରେମାଙ୍ଗିନି ବାଘ ନାମକ ଜଣେ ମହିଳା ଆଜି ଭୋର ପ୍ରାୟ ୭ ଘଣ୍ଟା ସମୟରେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଶୌଚ କରିବାକୁ ଯାଉଥିବା ସମୟରେ ଦୁଇଟି ଭାଲୁ ମହିଳାଙ୍କୁ ପଛପଟୁ ଆକ୍ରମଣ କରିଥିଲେ। ପ୍ରାଣବିକଳରେ ମହିଳା ଜଣକ ଚିତ୍କାର କରିଥିଲେ।

ଯାହାଫଳରେ ଗ୍ରାମବାସୀ ଦୁଇ ଭାଲୁକୁ ଘଉଡ଼ାଇ ପ୍ରେମାଙ୍ଗିନିଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଇଥିଲେ। ପ୍ରେମାଙ୍ଗିନି ବର୍ତ୍ତମାନ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି।

Comments are closed.