ସ୍ମାର୍ଟ କ୍ଲାସରୁମର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ କ୍ଳାସରୁମ୍ର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଜିଲ୍ଲାର ଛତ୍ରପୁର ବ୍ଳକର କାଳିପଲ୍ଲୀ ପଞ୍ଚାୟତରେ ସ୍ମାର୍ଟ କ୍ଳାସରୁମ୍ର ଶୁଭାରମ୍ଭ ହେବା ସହିତ ଛତ୍ରପୁର ବ୍ଳକର ୧୮ଟି ବିଦ୍ୟାଳୟରେ ମଧ୍ୟ ସ୍ମାର୍ଟ କ୍ଳାସରୁମ୍ ଆରମ୍ଭ ହୋଇଛି। ଆମେରିକା-ଇଣ୍ଡିଆ ଫାଉଣ୍ଡେସନ୍, ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି ସ୍ମାର୍ଟ କ୍ଳାସରୁମ୍ ଆରମ୍ଭ ହୋଇଛି।
କରୋନା ସମୟରେ ମଧୁ ଆପ୍ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବେଶ ସହାୟକ ହେଉଥିଲା। ଘରେ ରହି ଛାତ୍ରଛାତ୍ରୀ ମାନେ ମଧୁ ଆପ୍ ମାଧ୍ୟମରେ ସମସ୍ତ ବିଷୟରେ ଜ୍ଞାନ ପାଇପାରୁଥିଲେ। ଠିକ୍ ସେହିପରି ସ୍ମାର୍ଟ କ୍ଳାସରୁମ୍ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀଙ୍କୁ ସମସ୍ତ ବିଷୟରେ ଜ୍ଞାନ ପ୍ରଦାନ କରାଯାଇପାରିବ। ପାଠ୍ୟପୁସ୍ତକ ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ ସ୍ମାର୍ଟ କ୍ଲାସ ରୁମ।
ଛାତ୍ରଛାତ୍ରୀ ମାନେ ପୂର୍ବରୁ ଯେଉଁ ବିଷୟରେ ଭଲ ନମ୍ବର ରଖିପାରୁନଥିଲେ, ସେହି ବିଷୟରେ କିଭଳି ଭଲ ନମ୍ବର ରଖିବେ ସେଥିରେ ଏହି ସ୍ମାର୍ଟ କ୍ଳାସରୁମ୍ ସାହାଯ୍ୟ କରିପାରିବ। ଅଧ୍ୟୟନର ଅସୁବିଧାକୁ ଦୁର କରି ଶିକ୍ଷାଦାନ ସମ୍ବନ୍ଧରେ ସ୍ମାର୍ଟ କ୍ଲାସ ରୁମ ବିଦ୍ୟାର୍ଥୀଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।