ବିଗ୍ ବସ୍-୧୦ର ପ୍ରତିଯୋଗୀ ସ୍ବାମୀ ଓମଙ୍କ ପରଲୋକ

ମୁମ୍ବାଇ: ସ୍ୱାମୀ ଓମଙ୍କର ପରଲୋକ। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ପ୍ରାୟ ୨ମାସ ପୂର୍ବେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ସ୍ବାମୀ ଓମ୍ ଦିଲ୍ଲୀର ଅଙ୍କୁର ବିହାର ରୋହିଣୀ ଅଞ୍ଚଳରେ ରହୁଥିଲେ।
ଆଜି ନିଗମ ବୋଧ ଘାଟରେ ତାଙ୍କର ଶେଷ ରୀତିନୀତି କରାଯାଇଛି। ସ୍ବାମୀ ଓମଙ୍କାରଙ୍କୁ ବିଗ୍ ବସ-୧୦ରେ ନଜର ଆସିଥିଲେ। ନିଜର ବିବାଦିୟ ମନ୍ତବ୍ୟ କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ।
ବିଗ୍ ବସ୍-୧୦ ରେ ଥିବା ତାଙ୍କ ସହ-ପ୍ରତିଯୋଗୀ ବାନି ଜେଙ୍କ ଉପରକୁ ସେ ପରିସ୍ରା ଫିଙ୍ଗିଥିଲେ। ପରେ ଏହି ଘଟଣାକୁ ନେଇ ବିଗ୍ ବସ୍ ନିଜେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ବିଗ୍ ବସ୍-୧୦ ପରେ ମଧ୍ୟ ସ୍ବାମୀ ଓମ୍ ତାଙ୍କ ବିବୃତି ପାଇଁ ଚର୍ଚ୍ଚାରେ ରହିଥିଲେ।