ତଥ୍ୟ ନଜାଣି ଅପପ୍ରଚାର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଓଡ଼ିଶାକୁ ରେଳ ଅନୁଦାନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, କେନ୍ଦ୍ର ସରକାର ଦେଶ ସହ ଓଡ଼ିଶାର ଉନ୍ନତି ଚାହାଁନ୍ତି। ପୂର୍ବରୁ ପଶ୍ଚିମକୁ ଯୋଡ଼ୁଥିବା ଲାଇନ୍ ପାଇଁ ହଜାରେ କୋଟି ବ୍ୟୟବରାଦ। ସୋନପୁର-ବୌଦ୍ଧ ଓ କନ୍ଧମାଳରେ ଜମି ଅଧିଗ୍ରହଣ ସମସ୍ୟା ଅଛି। ରାଜ୍ୟ ସରକାରଙ୍କୁ ଅନୁରୋଧ, ତୁରନ୍ତ ସମାଧାନ କରନ୍ତୁ। ଖୁବ୍ଶୀଘ୍ର ହରିଦାସପୁର ରେଳ ଲାଇନ୍ ଲୋକାର୍ପଣ ହେବ। ଅନୁଗୁଳରେ ବିଦ୍ୟୁତ ଇଞ୍ଜିନ ନିର୍ମାଣ ପ୍ରକଳ୍ପ ସଂପ୍ରସାରଣ ହେବ। କଳାହାଣ୍ଡିରେ ଇଲେକ୍ଟ୍ରି ଇଞ୍ଜିନ ମରାମତି କାରଖାନା ହେବ। ବଜେଟର ପ୍ରକୃତ ତଥ୍ୟ ନଜାଣି କିଛି ଲୋକ ଅପପ୍ରଚାର କରୁଛନ୍ତି।