Odisha Link
Bridging the Missing Links in Odisha

ରେଳ ବଜେଟରେ ଓଡ଼ିଶା ପାଇଁ କଣ ରହିଛି, ଜାଣନ୍ତୁ…

ନୂଆଦିଲ୍ଲୀ: ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଲଓ୍ବେ ସୂଚନା ଦେଇଛି। ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ ଲକ୍ଷ ଅନୁଦାନ ଦେଇଛି ବୋଲି କହିଲା ରେଲଓ୍ବେ। ଗତବର୍ଷ ଅପେକ୍ଷା ଏବର୍ଷ ୬୦% ଅଧିକ ଅନୁଦାନ ମିଳିଥିବା ସୂଚନା ଦିଆଯାଇଛି। ଗତବର୍ଷ ଓଡ଼ିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁଦାନ ମିଳିଥିଲା।

ଏହି ରେଳ ବଜେଟରେ ଓଡ଼ିଶାରେ ଚାଲିଥିବା କାମ ସାରିବାକୁ ଗୁରୁତ୍ବ ଦିଆଯାଇଛି। ଆଧୁନିକୀକରଣ ଓ ସୁରକ୍ଷାକୁ ମଧ୍ୟ ରେଳ ବଜେଟରେ ଗୁରୁତ୍ବାରୋପ ଦିଆଯାଇଛି। ନୂଆ ଲାଇନ ପାଇଁ ୧୫୫୩ କୋଟି, ଡବଲିଂ ପାଇଁ ୧୭୦୨ କୋଟି, ଲେବଲ କ୍ରସିଂ ପାଇଁ ୧୮ କୋଟି, ଟ୍ରାକ୍‌ ନବୀକରଣ ପାଇଁ ୪୦୨ କୋଟି, ସେତୁ ପାଇଁ ୩୮. ୫ କୋଟି, ବିଦ୍ୟୁତକାରଣ ପାଇଁ ୧୭୩ କୋଟି, ଯାତ୍ରୀ ସୁବିଧା ପାଇଁ ୩ ଶହ କୋଟି, ସିଗ୍ନାଲ ପାଇଁ ୬୯ କୋଟି ବ୍ୟବସ୍ଥା କରାଯାଇଛି।

ଏହା ସହିତ ରେଳ ବଜେଟରେ ଖୋର୍ଦ୍ଧା- ବଲାଙ୍ଗିର ଲାଇନ ପାଇଁ ସର୍ବାଧିକ ଅନୁଦାନ କରାଯାଇଛି। ଖୋର୍ଦ୍ଧା- ବଲାଙ୍ଗିର ଲାଇନ ପାଇଁ ସର୍ବାଧିକ ୧ ହଜାର କୋଟି ୫୦ ଲକ୍ଷ ବରାଦ ଦିଆଯାଇଛି। ଅନୁଗୁଳ- ସୁକିନ୍ଦା ପାଇଁ ୪ ଶହ କୋଟି, ନାରାୟଣଗଡ଼-ଭଦ୍ରକ ପାଇଁ ୨୨୫ କୋଟି, ହରିଦାସପୁର-ପାରାଦୀପ ଲାଇନ ପାଇଁ ୧ ଶହ କୋଟି, ଜୟପୁର- ମାଲକାନଗିରିକୁ ୨୮, ଜୟପୁର-ନବରଙ୍ଗପୁରକୁ ୧୫ କୋଟି।

Comments are closed.