ମହିଳାଙ୍କ ମୁଣ୍ଡକାଟ ଘଟଣା: ତଣ୍ଟି ଚିପି ହତ୍ୟା ପରେ ମୁଣ୍ଡକାଟ!

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ଘଟଣା ଏବେ ନୂଆ ମୋଡ଼ ନେଇଛି। ମହିଳାଙ୍କ ହତ୍ୟା ଘଟଣାର ପୋଷ୍ଟମର୍ଟମ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା ହେଇଥିବା ସୂଚନା ମିଳିଛି। ମହିଳାଙ୍କୁ ତଣ୍ଟିଚିପି ହତ୍ୟା ପରେ ମହିଳାଙ୍କ ମୁଣ୍ଡକାଟି ହୋଇଛି। ପୋଷ୍ଟମର୍ଟମ ରିପୋଣ୍ଟ ନେଇ ବିଶ୍ବସ୍ତ ସୂତ୍ରରୁ ମିଳିଲା ସୂଚନା। ତେବେ ପୋଲିସକୁ ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ମିଳିନଥିବା ସୂଚନା ଦିଆଯାଇଛି। ଏନେଇ ଆଉ ଥରେ ପୋଷ୍ଟମର୍ଟମ ପାଇଁ ମୃତ ଦେହକୁ ଏମସ ପାଠାଯାଇଛି।
ପ୍ରକାଶ ଯେ, ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା। ଗୁରୁବାର ଦିନ ସକାଳୁ ରାସ୍ତା କଡ଼ରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ। ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରେ ପଡ଼ଛି ମୃତଦେହ। ଘଟଣାସ୍ଥଳରେ କମିଶନରେଟ୍ ପୁଲିସର ଏକ ଟିମ୍ ପହଁଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ମହିଳାଙ୍କୁ ହତ୍ୟା କରିବା ପରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହ ନିକଟରୁ ମହିଳାଙ୍କ ବସ୍ତ୍ର ଓ ବେଡସିଟ୍ ଜବତ କରାଯାଇଛି। ଘଟଣାସ୍ଥଳରେ କମିଶନରେଟ ପୋଲିସର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମହିଳା ଜଣକ କିଏ, ତାଙ୍କୁ କିଏ ହତ୍ୟା କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମହିଳାଙ୍କ ମୁଣ୍ଡ ନଥିବାରୁ ତାଙ୍କ ପରିଚୟ ମିଳିବା ସମ୍ଭବ ହୋଇପାରିନାହିଁ।