Odisha Link
Bridging the Missing Links in Odisha

ଚାଷୀ ଆନ୍ଦୋଳନ: ଚକା ଜାମ୍

ଭୁବନେଶ୍ବର: ଆଜି ଦେଶବ୍ୟାପୀ ‘ଚକାଜାମ୍’ କରୁଛନ୍ତି ଚାଷୀ ସଂଗଠନ। କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଭିନ୍ନ ସ୍ଥାନରେ ରାସ୍ତାରୋକା କରାଯାଇଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଣ୍ଟା ଧରି ଅଖ,ଚକ ଜାମ କରୁଛନ୍ତି ଚାଷୀ ସଂଗଠନ। ମାଷ୍ଟରକ୍ୟାଣ୍ଟିନ ଛକରେ ବିଭିନ୍ନ ଚାଷୀ ଓ ଶ୍ରମିକ ସଂଗଠନ ରାସ୍ତା ଅବରୋଧ କରାଯାଇଛି। ହଂସପାଳରେ କଟକ ଓ ଭୁବନେଶ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ରାସ୍ତାରୋଗ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ହେବା ସହିତ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକାଜାମ୍ ଆନ୍ଦୋଳନ ହେଉନାହିଁ। ଦେଶର ଅନ୍ୟାନ୍ୟ ଭାଗରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଚାଷୀ ଆନ୍ଦୋଳନକୁ ଅଣଦେଖା ଆନ୍ଦୋଳନ ସ୍ଥଳରେ ଇଂଟରନେଟ୍ ବ୍ୟାନ୍ ଏବଂ ବଜେଟରେ ଚାଷୀଙ୍କ ଦାବିକୁ ଉପେକ୍ଷା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ପରେ ଚାଷୀଙ୍କର ଏହା ସବୁଠାରୁ ବଡ ପ୍ରତିବାଦ କାର୍ଯ୍ୟକ୍ରମ।

କୃଷି ଆଇନକୁ ବିରୋଧ କରି ଆଜି ଓଡିଶାରେ ମଧ୍ୟ ଅଖଚକ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ନବ ନିର୍ମାଣ କୃଷକ ସଂଗଠନ। ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗରେ ବୁଝାଯିବ।

Comments are closed.