ବେକରେ ମାରଣାସ୍ତ୍ର ଲଗାଇ ସୁନା ଚେନ୍ ଲୁଟ୍

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ରାଜ୍। ବେକରେ ମାରଣାସ୍ତ୍ର ଲଗାଇ ମହିଳାଙ୍କଠାରୁ ସୁନା ଚେନ୍ ଲୁଟ୍। ଭୁବନେଶ୍ବର ସ୍ଥିତ ଝାରପଡା ଜେଲ୍ ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ।
ସୂଚନା ମୁତାବକ, ଝାରପଡା ଅଞ୍ଚଳର ମନୋରମା ସାହୁ ନାମକ ମହିଳା ମଙ୍ଗଳବାର ସକାଳୁ ମର୍ଣ୍ଣିଂ ୱାକ୍ରେ ଯାଉଥିବା ବେଳେ ଝାରପଡା ଜେଲ୍ ସମ୍ମୁଖରୁ ତାଙ୍କଠାରୁ ସୁନା ଚେନ୍ ଲୁଟ୍ ହୋଇଛି। ମହିଳାଙ୍କ ବେକରେ ମାରଣାସ୍ତ୍ର ଲଗାଇ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ।
୩ ଜଣ ଲୁଟେରା କଳା ପଲସରରେ ଆସିଥିବା ସୂଚନା ମିଳିଛି। ଏ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି।