ପୁଲୱାମା ବୀର ସହିଦଙ୍କ ଉଦ୍ଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିଲେ ମଧ୍ୟ ଆଜିବି ମନରୁ ଲିଭିନି ସେହି ଛାତିଥର ଘଟଣା। ସେହି ହୃଦୟ ବିଦାରକ ଘଟଣାକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି। ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ୪୦ ସିଆରପିଏଫ୍ ଯବାନ। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହି ଦିନକୁ ଭାରତର କଳା ଦିବସ ଭାବେ ପାଳନ କରାଯାଉଛି।
ଆଜିର ଏହି ବୀର ସହିଦ ଦିବସ ଉଦ୍ଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଓ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନେ ଗାନ୍ଧୀ ମେମୋରିଆଲ ପାର୍କ ଠାରେ ଏକତ୍ରିତ ହୋଇ ମହମବତୀ ଶୋଭାଯାତ୍ରା କରିଥିଲେ। ଏଥିସହିତ ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପହଁଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ନିଜ କୁ ସାମିଲ କରି ଜନ୍ମଭୂମି ପାଇଁ ନିଜ ଜୀବନକୁ ବଳି ଦେଇଥିବା ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ ଭାରତ ମାତାର ସେବା କରି ନିଜ ଜୀବନକୁ ପଛରେ ପକାଇ ଦେଶ ପାଇଁ ସହିଦ ହୋଇ ଥିବା ବୀର ଯବାନ ମାନେ ସର୍ବଦା ଅମର ହୋଇ ରୁହନ୍ତୁ ଏନେଇ ସ୍ମୃତି ଚାରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ପ୍ରସନ୍ନଜିତ୍ କୁଣ୍ଢ୍ ଶୁଭମ ସ୍ବାଇଁ, ଉମର ଶେଖ ମହମ୍ମଦ ହାନିଫ, ସଚିକାନ୍ତ ସାହୁ, ସିମ୍ରନ ସିଂ ରାଜପୁତ, ଗଙ୍ଗାରାମ ତାନି, ଶାଶ୍ୱତୀ ମିଶ୍ର,ରଶ୍ମିତା ବେହେରା, ରାକ୍ଷୀ ହେମ୍ବ୍ରମ୍, ମିର ଅଵ ଦୁଲ ମହମ୍ମଦ, ସୌମ୍ୟ ରଂଜନ ଦାସ, ସମ୍ବିତ ମହାନ୍ତି, ସୀତାକାନ୍ତ ମିଶ୍ର, ଅମୁଲ୍ୟ ସାହୁ , ଶୁଭ ନାରାୟଣ, ଅନ୍ତିମ କୁମାର ସୋରେନ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।