Odisha Link
Bridging the Missing Links in Odisha

କାଲି ଘଣ୍ଟ ପ୍ରତିବାଦ କରିବେ ସେବାୟତ

ଭୁବନେଶ୍ୱର: କାଲି ଘଣ୍ଟ ପ୍ରତିବାଦ କରିବେ ସେବାୟତ। ବାଇ-ଲ ପ୍ରତ୍ୟାହାର ଦାବିରେ ସେବାୟତମାନେ ଏହି ପ୍ରତିବାଦ କରିବେ। ରାଜ୍ୟର ସବୁ ମନ୍ଦିରରେ ସକାଳ ୧୦ ଘଟିକାରେ ପ୍ରତିବାଦ କରାଯିବ। ବାଇ ଲ’କୁ ବିରୋଧ କରି ସରସ୍ୱତୀ ପୂଜା ଦିନ ଭୁବନେଶ୍ୱରର ବିଭିନ୍ନ ମଠ ଓ ମନ୍ଦିର ଆଗରେ ସେବାୟତମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବେ।

ଏନେଇ ଆଜି ଅଲ ଓଡିଶା ସେବାୟତ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୂର୍ବରୁ ବାଇ ଲ’କୁ ବିରୋଧ କରି ସେବାୟତ ଓ ଭୁବନେଶ୍ୱର ବାସିନ୍ଦା ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜାଳିଥିଲେ।

Comments are closed.