Odisha Link
Bridging the Missing Links in Odisha

ଗିରଫ ହେଲେ ୪ ଜାତୀୟ ରାଜପଥ ଲୁଟେରା

ଯାଜପୁର: ଆଜି ବଡ଼ଚଣା ପୁଲିସ ଦ୍ୱାରା ୪ ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରାଯାଇଛି। ଅଭିନବ ଉପାୟରେ ଜାତୀୟ ରାଜପଥରେ ଲୋକମାନଙ୍କୁ ଲିଫ୍ଟ ଦେଇ ଚା’ରେ ନିଶା ଦେଇ ଲୁଟ କରୁଥିବା ଅଭିଯୋଗ ହୋଇଛି।

ଲୁଟେରାମାନେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ସୂଚନା ମିଳିଛି । ପୁଲିସ ସେମାନଙ୍କ ନିକଟରୁ ୨୭ଗ୍ରାମ ସୁନା ଅଳଙ୍କାର, ନଗଦ ୨୦ହଜାର ଟଙ୍କା, ୨ଟି ବାଇକ, ଦାମି ମୋବାଇଲ, ଲାପଟପ, କ୍ୟାମେରା ସହ ବିଭିନ୍ନ ସାମଗ୍ରୀ ଜବତ କରିଛି।

ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି ।

Comments are closed.