Odisha Link
Bridging the Missing Links in Odisha

ବାଇ-ଲ’କୁ ବିରୋଧ କରି ଘଣ୍ଟ ପ୍ରତିବାଦ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବାଇ-ଲ’କୁ ବିରୋଧ କରି ଘଣ୍ଟ ପ୍ରତିବାଦ କରାଯାଇଛି। ଓଡ଼ିଶାର ମନ୍ଦିର ପାଇଁ କେନ୍ଦ୍ର ସରକାର ଜାରି କରିଥିବା ବାଇ-ଲ’କୁ ବିରୋଧ କରି ସେବାୟତଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ଏହି ଘଣ୍ଟ ପ୍ରତିବାଦ କରାଯାଇଛି।

ସୂଚନାଯୋଗ୍ୟ, ଆଜି ସରସ୍ୱତୀ ପୂଜା ଅବସରରେ ରାଜଧାନୀର ମଠ ଓ ମନ୍ଦିର ଆଗରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିବାକୁ ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ କୁହାଯାଇଥିଲା। ବାଇ-ଲ’ ବିରୋଧରେ ପୂର୍ବରୁ ଭୁବନେଶ୍ୱରର ସ୍ଥାନୀୟ ଜନତା ଓ ସେବାୟତ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପୂର୍ବରୁ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ’ ଜାରି କରାଯାଇଥିଲେ ମଧ୍ୟ ବିଭିନ୍ନ ମହଲରୁ ବିରୋଧ ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା।

Comments are closed.