Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ଢେଙ୍କାନାଳ: ବାଇକ୍ ଉପରେ ଟ୍ରକ୍ ଚଢ଼ି ବାଇକ ଆରୋହୀ ମୃତ। ଏହି ଦୁର୍ଘଟଣାଟି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶ୍ୟାମାଳା ଜଙ୍ଗଲ ନିକଟରେ ଘଟିଛି। ମୃତ ଯୁବକ ହେଲେ ୩୮ବର୍ଷ ବୟସ୍କ ଯୁବକ ଶ୍ରୀକାନ୍ତ ଧୀର ବୋଲି ଜଣାପଡିଛି । ତାଙ୍କ ଘର ଭୁବନ ଥାନା ଅନ୍ତର୍ଗତ କୀର୍ତ୍ତନପୁରରେ। ସେ ତାଳଚେରରେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି ।

ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ ଶ୍ରୀକାନ୍ତ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ ୫୩ ଭୁବନ ଥାନା ଅନ୍ତର୍ଗତ ଶାମଳ ଜଙ୍ଗଲ ନିକଟରେ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ମଙ୍ଗଳବାର ସକାଳେ ଲୋକେ ତାଙ୍କୁ ଦେଖି ଭୁବନ ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ମୃତଦେହ ଜବତ କରି ଭୁବନ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟିଥିବା ଟ୍ରକ୍ ପଳାଇଯାଇଥିବା ଜଣାପଡିଛି । ଭୁବନ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.