Odisha Link
Bridging the Missing Links in Odisha

ପୁଣି କଂଗ୍ରେସରେ ଉଠିଲା ନେତୃତ୍ୱ ପରିବର୍ତ୍ତନ ଦାବି

ଭୁବନେଶ୍ୱର: ପୁଣି କଂଗ୍ରେସରେ କନ୍ଦଳ। ପିସିସି ସଭାପତିଙ୍କ ବିରୋଧରେ ଏକାଠି ହେଲେ ଅସନ୍ତୁଷ୍ଟ ନେତୃତ୍ୱ ପରିବର୍ତ୍ତନ ଦାବି। ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନିକଟରେ ସେମାନେ ନିଜ ଅସନ୍ତୋଷ ଜାହିର କରିଛନ୍ତି। କଂଗ୍ରେସର ପୁନରୁଦ୍ଧାର ପାଇଁ ପିସିସି ସଭାପତି ପରିବର୍ତ୍ତନ ଜରୁରୀ। ୨୦୧୯ ସାଧାରଣ ନିର୍ବାଚନରେ ଦଳର ଭୋଟ୍ ହାର ୨୬ରୁ ୧୩ ପ୍ରତିଶତକୁ କମିଛି।

ବିଧାନସଭାରେ ସଦସ୍ୟ ସଂଖ୍ୟା ସର୍ବନିମ୍ନ ୯କୁ ହ୍ରାସ ପାଇଛି। ଜିଲ୍ଲା ପରିଷଦ ଉପନିର୍ବାଚନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ। ଗତ ୨ ବର୍ଷରେ ହଜାର ହଜାର କର୍ମୀ ଦଳ ଛାଡ଼ିଛନ୍ତି। ଦୁଇଟି ଆସନରୁ ହାରି ନିରଞ୍ଜନ ନୈତିକ ଦାୟିତ୍ୱ ନେଇଛନ୍ତି। ନିଜ ଆଡ଼ୁ ସେ ପିସିସି ସଭାପତି ପଦରୁ ଇସ୍ତଫା ଦେବା କେବଳ ଲୋକ ଦେଖାଣିଆ।

ଆଗକୁ ପିପିଲି ଉପନିର୍ବାଚନ ସହ ପୌର ଓ ପଞ୍ଚାୟତ ନିର୍ବାଚନ ରହିଛି। କଂଗ୍ରେସର ଭବିଷ୍ୟତ ପାଇଁ ନେତୃତ୍ୱ ବଦଳାଇବାକୁ ଅସନ୍ତୁଷ୍ଟ ନେତାମାନେ ଦାବି କରିଛନ୍ତି। ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଅନ୍ୟମାନେ ଲିଖିତ ଭାବରେ ଏହା ପିସିସି ପ୍ରଭାରୀଙ୍କୁ ଜଣାଇବା ସହ ହାଇକମାଣ୍ଡଙ୍କ ସହ କଥା ହେବେ ବୋଲି କହିଛନ୍ତି।

Comments are closed.