Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ଘୁଷୁରୀ ମଡ଼କ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘୁଷୁରୀ ମଡ଼କ। ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରୁ ଆଜି ୪ଗୋଟି ଘୁଷୁରୀ ମଡ଼କ ଦେଖିବାକୁ ମିଳିଛି। ମୃତଦେହ ଗୁଡ଼ିକୁ ସହରର ଶେଷ ପାଖ ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ପୋତି ଦିଆଯାଇଛି। କେଉଁ କାରଣରୁ ଘୁଷୁରୀଙ୍କର ମୃତ୍ୟୁ ହେଉଛି ତାହା ଜଣାପଡ଼ିନାହିଁ।

ଜନବସତି ମଧ୍ୟରେ ଥିବା ନାଳ ନର୍ଦ୍ଦମାରୁ ଘୁଷୁରୀର ମୃତଦେହ ମିଳୁଛି। ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏନେଇ ସଫେଇ କର୍ମଚାରୀ ଓ ପୂର୍ବତନ କର୍ପୋରେଟର ବ୍ରହ୍ମପୁର ମହାନଗର ନିଗମକୁ ଜଣାଇଛନ୍ତି। ପଶୁ ଚିକିତ୍ସାକାରୀ ଦଳ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

Comments are closed.