Odisha Link
Bridging the Missing Links in Odisha

ମହାପ୍ରଭୁଙ୍କୁ ଦର୍ଶନ କଲେ କଙ୍ଗନା

ପୁରୀ: ଆଜି ସକାଳୁ ପୁରୀରେ ପହଞ୍ଚିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍ । ସେ ‌ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ।

ମହାପ୍ରଭୁଙ୍କ ଦର୍ଶନ ପରେ କଙ୍ଗନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,‘ବର୍ଷ ଆରମ୍ଭରୁ ଇଛା ଥିଲା ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ତାଙ୍କ କୃପାରୁ ଆଜି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିଲି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି। ବର୍ଷ ଆରମ୍ଭରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଧନ୍ୟ ମନେ କରୁଛି। ବିଶ୍ୱବାସୀଙ୍କ ଲାଗି ଚଳିତ ବର୍ଷ ଶୁଭମୟ ହେଉ।’

Comments are closed.