Odisha Link
Bridging the Missing Links in Odisha

ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା: ଯାତ୍ରା ଉପରେ ଲାଗିଲା ରୋକ୍

ଭୁବନେଶ୍ୱର : ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ବୁଡ ପରେ ଖଣ୍ଡଗିରି କୁମ୍ଭ ମେଳାରେ ଧ୍ବନୀ ପ୍ରଜ୍ବଳିତ ହୋଇଥାଏ । ଶହେରୁ ଅଧିକ ନାଗା ସାଧୁ ଖଣ୍ଡଗିରି ମେଳା ପାଇଁ ଆସିଛନ୍ତି। ଅଯୋଧ୍ୟା, କାଶି, ବୃନ୍ଦାବନ, ହରିଦ୍ୱାର, ମଥୁରରୁ ସାଧୁ ସନ୍ଥ ଆସିଛନ୍ତି।

ହରିକୀର୍ତନ, ଭାଗବତ, ଚଣ୍ଡୀପାଠ ଲାଗି ଖଣ୍ଡଗିରି ପାହାଡରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ ପ୍ରତ୍ୟକ ବର୍ଷ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ ଶହ ଶହ ସାଧୁ ଏକାଠି ହୁଅନ୍ତି।

କରୋନା ପାଇଁ ଚଳିତ ବର୍ଷ କେବଳ ହୋମ ଯଜ୍ଞ କରାଯାଉଛି। ମେଳା ଏବଂ ଯାତ୍ରା ଉପରେ ଲାଗିଛି ରୋକ୍। ପ୍ରଥା ଅନୁସାରେ ଆଜି ସନ୍ଧ୍ୟାରେ ଜଗମାର ଗାଁ ରୁ ପ୍ରଭୁ ଅନନ୍ତ କେଶରୀ ଯାତ୍ରାରେ ବାହାରି ରାଣୀ ହଂସପୁରକୁ ଆଗମନ କରିବେ। ସେଠାରେ ପୂଜା ସରିବା ପରେ ପୁଣି ଗାଁକୁ ପେରି ଆସିବେ। ମାଘସପ୍ତମୀରୁ ଆରମ୍ଭ ହେଉଥିବା କୁମ୍ଭମେଳା ପୂର୍ଣ୍ଣିମା ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ ।

Comments are closed.