ସତର୍କ ନହେଲେ ବଢ଼ିବ ସଂକ୍ରମଣ

ଭୁବନେଶ୍ବର: ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢ଼ିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡ଼ିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ ସତର୍କ କରାଇଛନ୍ତି।
ଏଣିକି ସବୁ ଜିଲ୍ଲାରେ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ନିୟମ ଅନୁସାରେ ଯଥେଷ୍ଟ କରୋନା ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
ଅନ୍ୟପଟେ ଭିଡ ଜାଗା ଯେପରିକି ମାର୍କେଟ, ଧର୍ମାନୁଷ୍ଠାନରେ ଭିଡ଼ କମାଇବାକୁ କୁହାଯାଇଛି। ଆସନ୍ତାକାଲି ମହାରାଷ୍ଟ୍ରର କିଛି ଅଞ୍ଚଳରେ ଲକଡାଉନ୍ ଜାରି କରାଯାଇଥିଲା। ସେଠାରେ କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ପୁଣି ଲକଡାଉନ୍ ଜାରି କରାଯାଇଥିଲା। ଏହାକୁ ଦେଖି ଏବେ ଓଡ଼ିଶାରେ ମଧ୍ୟ ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।