Odisha Link
Bridging the Missing Links in Odisha

ଗଞ୍ଜାମ ଜିଲ୍ଲାରେ ନୂଆ ଷ୍ଟ୍ରେନ୍‌ ମିଳିନି: ଜିଲ୍ଲାପାଳ

ଗଞ୍ଜାମ: ମହାରାଷ୍ଟ୍ର ସହ ଅନ୍ୟ କିଛି ରାଜ୍ୟରେ କୋଭିଡ଼ର ପୁନଃ ପ୍ରଭାବ ପ୍ରସଙ୍ଗ ଏବେ ନୂଆ ରୂପ ନେଇଛି। ସତର୍କତା ଅବଲମ୍ବନ ନେଇ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। କରୋନା ଗାଇଡ଼ଲାଇନ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି।

ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଥଣ୍ଡା କିମ୍ବା ଜ୍ବରେ ପୀଡ଼ିତ ରୋଗୀଙ୍କ ସଠିକ୍‌ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତଙ୍କୁ ମାସ୍କ, ସାମାଜିକ ଦୂରତା ମାନିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ କରୋନା ସ୍ଥିତି ଗ୍ରୀନ ଜୋନରେ ଅଛି। ନୂଆଷ୍ଟ୍ରେନ ମିଳି ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ମୁଖ୍ୟ ଅଫିସଗୁଡ଼ିକରେ ୧୦୦% କରୋନା ନିୟମ କଡ଼ାକଡ଼ି କରାଯିବ। ବ୍ଲକ ଓ ପଞ୍ଚାୟତସ୍ତରରେ ମାସ୍କ ଚେକିଂ ଜୋରଦାର କରାଯିବ। କୋଭିଡ୍ ଗାଇଡଲାଇନ୍ ମୁତାବକ ଯଥେଷ୍ଟ ନମୁନା ପରୀକ୍ଷା କରାଯିବ। ଗଞ୍ଜାମର ସବୁ ଅଫିସ୍ ଓ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟଙ୍କୁ ଏନେଇ ସ୍ପଷ୍ଟ କରାଯାଇଛି। BDO, ତହସିଲଦାର, DEO, BEO, ଅନ୍ୟ ଅଧିକାରୀଙ୍କୁ ଏନେଇ ଜଣାଇଦିଆଯାଇଛି ।

ଏହାସହ କରୋନା ଆକ୍ରାନ୍ତମାନଙ୍କର କଣ୍ଟାକ୍ଟ ଟ୍ରେସିଂ, ଟ୍ରାଭେଲ୍ ହିଷ୍ଟ୍ରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ନିୟମ ମାନିବେ ଦୋକାନୀ, ନ ହେଲେ କାର୍ଯ୍ୟାନୁଷ୍ଠାନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବଜାରରେ ଥିବା ଦୋକାନର କୋଭିଡ୍ ସେଫ୍ ସାର୍ଟିଫିକେସନ୍ ଜରୁରୀ।

Comments are closed.