Odisha Link
Bridging the Missing Links in Odisha

ଭଡ଼ା ଘରେ ଚାଲିଥିଲା ଦେହ ବେପାର: ୪ ମହିଳା ଉଦ୍ଧାର, ୨ ବ୍ୟକ୍ତି ଗିରଫ

ଭଦ୍ରକ: ପୁଣିଥରେ ସେକ୍ସ ରାକେଟ ଠାବ କରିଲା ପୁଲିସ। ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ କରିଛି ସ୍ଥାନୀୟ ପୁଲିସ। ଏଥିରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଗତ ୧୫ ଦିନ ହେବ ଏକ ଭଡ଼ା ଘରେ କିଛି ମହିଳା ରହୁଥିଲେ। ବହୁ ସମୟରେ ଏଠାକୁ ପୁରୁଷ ଆସୁଥିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ଏ ନେଇ ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେବା ପରେ ପୁଲିସ ଗତକାଲି ରାତିରେ ଭଡ଼ା ଘରେ ଚଢାଉ କରି ୪ ଜଣ ମହିଳାଙ୍କୁ ଉଦ୍ଧାର କରିବା ସହ ୨ ଜଣ ପୁରୁଷଙ୍କୁ ଗିରଫ କରିଛି।

Comments are closed.