Odisha Link
Bridging the Missing Links in Odisha

ଜଲେଶପଟା ସ୍ୱାମୀଜୀଙ୍କୁ ହତ୍ୟା ଧମକ ମାମଲା, ଅଭିଯୁକ୍ତ ଗିରଫ

ବାଲିଗୁଡ଼ା: ଜଳେଶପଟା ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ ମାମଲାରେ ଅଭିଯୁକ୍ତ ଗିରଫ। ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଆସିଲା ଧମକପୂର୍ଣ୍ଣ ଫୋନକଲ୍। କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ମାମଲାରେ ରାୟଗଡ଼ା ବିଷମକଟକରୁ ଅଭିଯୁକ୍ତକୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ। ସୂଚନାଯୋଗ୍ୟ, ପୂର୍ବରୁ ଅଭିଯୁକ୍ତ ଜଲେଶପଟା ଆଶ୍ରମରେ କାମ କରୁଥିଲା। ୪ ଦିନରେ ହତ୍ୟା କରିବା ସହ ଆଶ୍ରମକୁ ବୋମା ପକା ଉଡ଼ାଇବାକୁ ଧମକ ଦେଇଥିଲା ଅଭିଯୁକ୍ତ।

ସକାଳ ୯ଟା ସମୟରେ ଅଜଣା ନମ୍ବରରୁ ଆସିଥିଲା ଦ୍ୱିତୀୟ ଫୋନ କଲ। ଗତକାଲି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକପୂର୍ଣ୍ଣ ଫୋନ କଲ ଆସିଥିଲା। ଆସନ୍ତା ୪ ଦିନ ମଧ୍ୟରେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। କୌଣସି ଅଜଣା ଫୋନ କଲରୁ ଏହି ହତ୍ୟା ଧମକ ଆସିବା ପରେ ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେଇଥିଲେ।

ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକାଡି କରିଯାଇଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍, ୮ବନ୍ଧୁକ ଧାରୀ ପୋଲିସ ଓ ଜଣେ ଅଫିସର ମୃତୟନ ହୋଇଛନ୍ତି। ପୂର୍ବରୁ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ଆସିଥିଲା। ଏହାର ଗୋଟିଏ ଦିନ ପରେ ଦୁର୍ବୃତ୍ତ ଆଶ୍ରମ ମଧ୍ୟରେ ପଶି ସରସ୍ୱତୀଙ୍କୁ ହତ୍ୟା କରିଥିଲେ। ଏଭଳି ଘଟଣା ପରେ ବିଜେପିର ଏକ ଟିମ୍ ଆଶ୍ରମ ଗସ୍ତ କରିଛନ୍ତି।

Comments are closed.