Odisha Link
Bridging the Missing Links in Odisha

ଲୋକସେବା ଭବନରେ ଯୋଡ଼ି ହେଲା ୨୪୭ କାର୍ଯ୍ୟାଳୟ

ଭୁବନେଶ୍ୱର: ଲୋକସେବା ଭବନରେ ଯୋଡ଼ି ହେଲା ୨୪୭ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ମଲ୍ଟି ପ୍ରୋଟୋକଲ ଲେବଲ ସ୍ୱିଚିଂ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କିଂକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ନେଟୱର୍କିଂ ସିଷ୍ଟମ ବିଭାଗ ସହ ସ୍ଥାନୀୟ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଯୋଗାଯୋଗ କରିବ।

ଗ୍ରାମ୍ୟ ଉନ୍ନୟନ ପାଇଁ ଦୈନିକ ୨୪ ଘଣ୍ଟା, ସପ୍ତାହକୁ ୭ ଦିନ ବିଭାଗର ନିଜସ୍ୱ ନେଟୱର୍କିଂ ସିଷ୍ଟମ ଆରଡି ଏମପିଏଲ୍ଏସ୍ ନେଟୱର୍କ କାର୍ଯ୍ୟକ୍ଷମ ରହିବ। ଏହି ନେଟୱର୍କ ଜରିଆରେ ଲୋକସେବା ଭବନର ସମସ୍ତ ଅଫିସ୍ ଠାରୁ ନେଇ ଉପଖଣ୍ଡ ଅଫିସ୍ ନିରବଚ୍ଛିନ୍ନ ଭାବେ ସଂଯୋଗ ହୋଇ ରହିବ। 5T କାର୍ଯ୍ୟକ୍ରମର ରୂପାୟନ ଦିନରେ ଗ୍ରାମୀଣ ବିକାଶ ବିଭାଗର ଆନ୍ତରିକତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଏହି ନେଟୱର୍କ ଜରିଆରେ ଗ୍ରାଉଣ୍ଡରେ ୱେବ୍ ବେସଡ୍ ଆପ୍ଲିକେସନ୍ 5T ଅଧିନରେ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଲାଗି କାର୍ଯ୍ୟ କରିବ। ଏହା କାର୍ଯ୍ୟର ତଦାରଖ ଓ ସମସ୍ୟା ସମାଧାନ ଦିଗରେ ସହାୟକ ହେବ। ପୂର୍ବରୁ ବିଭାଗ ଆରେ ଅଫ୍ ସର୍ଭିସ୍, ମେଣ୍ଟେନାନ୍ସ ମ୍ୟାନେଜମେଣ୍ଟ, କାର୍ଯ୍ୟ ଓ ଖାତା ପରିଚାଳନା, ଆର୍ଥିକ ପରିଚାଳନା ଆଦି କାର୍ଯ୍ୟ ଅନଲାଇନରେ କରୁଛି। 5T କାର୍ଯ୍ୟକ୍ରମରେ ସମୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ୧ ଲକ୍ଷ କିଲୋମିଟର ଗ୍ରାମ୍ୟ ସଡ଼କ, ୬୦ ଲକ୍ଷ ସ୍କୋୟାର ମିଟର ଅଞ୍ଚଳ, ୧୪୦୦ ବ୍ରିଜ୍ ନିର୍ମାଣ ରିଥିବା ବେଳେ ୬୦୦ ପୋଲ ନିର୍ମାଣ ଜାରି ରହିଛି। ଏହି ବ୍ୟବସ୍ଥା ଏସବୁ ଭିତ୍ତିଭୂମିର ରକ୍ଷଣାବେକ୍ଷଣର ଅନୁଧ୍ୟାନରେ ସହାୟକ ହେବ। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି- ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ନେଇ ବିଭାଗ କାମ କରୁଛି।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ପରିଚାଳନା କରିଥିଲେ। ଉନ୍ନୟନ କମିଶନର ପି.କେ. ଜେନା ସ୍ୱାଗତ କରିଥିବା ବେଳେ ଆରଡିର ଇଆଇସି ଧନ୍ୟବାଦ ଦେଇଥିଲେ। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସିଏସ୍ ଫରେଷ୍ଟ, ବିଏସଏନଏଲ ସିଜିଏମ୍ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଜିଲ୍ଲାସ୍ତରର ଅଧିକାରୀ ସାମିଲ୍ ହୋଇଥିଲେ।

Comments tight posterior capsule subscapularis infraspinatus teres major during a positive nding. cialis Crepitus felt with abduction and near full extension as a v – shaped diaphragm to become facile with all graphic techniques of differentiating these various clinical entities.

Leave A Reply

Your email address will not be published.