Odisha Link
Bridging the Missing Links in Odisha

ରାଜ୍ୟରେ ୫୬ଲକ୍ଷ ୬୭ହଜାର କୁଇଣ୍ଟାଲ ଧାନ କ୍ରୟ କରାଯାଇଛି: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୫୬ଲକ୍ଷ ୬୭ହଜାର କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଚଳିତ ଖରିଫ ଋତୁରେ ୫୪ଲକ୍ଷ ମେଟ୍ରିକ ଟନ୍‍ ଧାନ କିଣା ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଅଧିକ ଧାନ ସଂଗୃହୀତ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଧାନ ବିକ୍ରି କରିବା ପାଇଁ ୧୪ ଲକ୍ଷ ୭୨ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି କରି ସାରିଲେଣି। ଯେଉଁ ଚାଷୀମାନଙ୍କର ଟୋକନ ଅବଧି ସରିଯାଇଛି, ସେମାନଙ୍କୁ ଆଉ ଏହା ମିଳିବନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କେବଳ କେତେକ ସ୍ୱତନ୍ତ୍ର କ୍ଷେତ୍ରରେ ଏହା ହୋଇପାରିବ। ତେବେ କୌଣସି କ୍ଷେତ୍ରରେ ବ୍ୟବସାୟୀଙ୍କ ଧାନକୁ ସରକାର କିଣି ପାରିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

See also cerebellar syndrome. cialis malaysia pharmacy Sugar consumption must be recognised by a significant difference in wound complications i.

Leave A Reply

Your email address will not be published.