Odisha Link
Bridging the Missing Links in Odisha

ରାଜ୍ୟରେ ପୁଣି ବଦଳିଲା ସ୍କୁଲ ସମୟ

ଭୁବନେଶ୍ବର:  ପ୍ରଚଣ୍ଡ ଖରା ପାଇଁ ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ। ତେବେ ନବମ, ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ସ୍କୁଲ ସମୟ ଅପରିବର୍ତ୍ତିତ ଥିବାବେଳେ କେବଳ ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ପରିବର୍ତ୍ତନ କରିଛି ବିଭାଗ।

ତେବେ ଦଶମ, ଦ୍ୱାଦଶ ପିଲାମାନଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ। ତେବେ ପୂର୍ବରୁ ଦଶମ, ଦ୍ୱାଦଶ ପିଲାଙ୍କ ସ୍କୁଲ ସମୟ ୯ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଥିଲା ଏବଂ ନବମ ଓ ଏକାଦଶ ଶ୍ରେଣୀର ସ୍କୁଲ ସମୟ ୭ରୁ ୯ଟା ଥିଲା କିନ୍ତୁ ଏବେ ଅସହ୍ୟ ଖରା ଯୋଗୁଁ ସ୍କୁଲ ପିଲାଙ୍କ ସମୟ ପରିବର୍ତ୍ତନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି।

ପ୍ରକାଶ ଯେ, ରାଜ୍ୟରେ ଏବେ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯାଇଛି। ଗତ ୧ ତାରିଖରୁ ଏହି ୪ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସକାଳୁଆ ସ୍କୁଲ ହେଉଛି। ନବମ, ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଚାଲୁଛି।

ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ବିରୋଧ କରାଯିବା ପରେ ସରକାର ଏହି ସମୟରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି।

Comments are closed.