Odisha Link
Bridging the Missing Links in Odisha

ସଂହତି ଓ ପ୍ରୟାସ ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂହତି ଓ ପ୍ରୟାସ ଯୋଜନାର ଲୋକାର୍ପଣ କରିଛନ୍ତି। ୬୮ଟି ନୂଆ ଛାତ୍ରାବାସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଓ ଛାତ୍ରୀ ନିବାସ ରହିଛି।

ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି- ଏସସି, ଏସଟି ଓ ଓବିସି କଲ୍ୟାଣ ବିଭାଗ ପକ୍ଷରୁ ଶିକ୍ଷା କୌଶଳ ଉନ୍ନତି ଏବଂ ଜୀବନ ଜୀବିକା ପାଇଁ ନୂଆ ଯୋଜନା ଆରମ୍ଭ ହୋଇଛି। ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର।

ଜନଜାତି ଭାଇଭଉଣୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି। ଆଜି ଆରମ୍ଭ ହେଉଥିବା ନୂଆ ନୂଆ କାର୍ଯ୍ୟକ୍ରମ ଏସସି, ଏସଟି ପିଲାଙ୍କ ଭିତରେ ନୂଆ ଜାଗରଣ ଆଣିଛି। ସେହିଭଳି ପ୍ରୟାସ ଯୋଜନା ଏସସି, ଏସଟି ଓ ଓବିସି ପିଲାଙ୍କ ସ୍କିଲ୍ ଡେଭଲପମେଣ୍ଟରେ ବେଶ୍ ସହାୟକ ହେବ।

ଏସବୁ କାର୍ଯ୍ୟକ୍ରମ ଅନୁସୂଚିତ ଜାତି ଓ ଅନୁସୂଚିତ ପିଲାମାନଙ୍କ କୌଶଳ ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ନୂଆ ୬୮ଟି ଛାତ୍ରାବାସ ଉଦଘାଟିତ କରିଛନ୍ତି।

ସରକାରଙ୍କ ୫ଟି ଅଧୀନକୁ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଆଜି ବିଭିନ୍ନ ଯୋଜନା ସାମିଲ୍ କରାଯାଇଛି।

Comments are closed.