ନୂଆ ବିଭାଗ ହେଲା ମିଶନ ଶକ୍ତି

ଭୁବନେଶ୍ୱର: ମହିଳା ଦିବସ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ରାଜ୍ୟରେ କାର୍ଯ୍ୟ କରିବ ନୂଆ ମିଶନ ଶକ୍ତି ବିଭାଗ। ମିଶନ ଶକ୍ତି ନାଁରେ ନୂଆ ବିଭାଗକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି।
ତେବେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି ସ୍ଥାପନ ହୋଇଥିଲା। ଏବେ ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି। ମିଶନ ଶକ୍ତିରେ ମୋଟ ସଦସ୍ୟ ସଂଖ୍ୟା ୭୦ ଲକ୍ଷ ରହିଛି।
୨୦୧୭ରେ ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ତିଆରି ହୋଇଥିଲା। ଗତବର୍ଷ ମିଶନ ଶକ୍ତିକୁ ନୂଆ ବିଭାଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।