Odisha Link
Bridging the Missing Links in Odisha

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଚଳିତ ମାସ ୨୧ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱର ଆହସବେ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ଚଳିତ ମାସ ୨୧ ଓ ୨୨ ତାରିଖ ଦୁଇଦିନ ରାଷ୍ଟ୍ରପତି ଓଡ଼ିଶାରେ ରହିବେ। ଏହି ଦୁଇଦିନରେ ସେ ଗୋଟିଏ ଦିନ ରାଉରକେଲା ‘ନିଟ୍’ ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଅନ୍ୟ ଦିନଟିରେ ରାଷ୍ଟ୍ରପତି କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ସେ ପ୍ରଥମଥର ପାଇଁ କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ଏହି ଗସ୍ତରେ ସମୟରେ ସେ ରାଜଭବନରେ ରାତ୍ରିଯାପନ କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ‘ନିଟ୍’ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ କେତକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.