ପ୍ରକାଶ ପାଇଲା ଓଜେଏସ ଫଳାଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ ବା ଓଜେଏସ ଚୂଡାନ୍ତ ଫଳାଫଳ। ଓଜେଏସରେ ମୋଟ ୪୭ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କୁ ସିଭିଲ ଜଜ୍ ଭାବେ ନିଯୁକ୍ତି ଦିଆଯିବ।
କୃତକାର୍ଯ୍ୟ ହୋଇଥିବା ୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ମହିଳା ଅଛନ୍ତି ବୋଲି ଜଣାପଡିଛି। କୁଚିଣ୍ଡାର ଇର୍ସିତା କେସରୱାନି ଓଜେଏସ ଟପ୍ପର ହୋଇଛନ୍ତି। ସେହିପରି ସମ୍ବେଦନା ସନ୍ଦୀପ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ କୃଷ୍ଣା ମିଶ୍ର ତୃତୀୟ ରାଙ୍କରେ ଅଛନ୍ତି।