Odisha Link
Bridging the Missing Links in Odisha

ଆଜି ୯ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

କରଞ୍ଜିଆ: ଆଜି ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ କେନ୍ଦ୍ର କରି ଡାକରା ଦିଆଯାଇଛି।

ଆଜିର ଏହି ବନ୍ଦ ଯୋଗୁଁ ଜିଲ୍ଲାର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଗାଡ଼ିମଟର ଚଳାଚଳ ବନ୍ଦ ରହିବା ସହ ଜାତୀୟ ରାଜପଥର ଉଭୟ ଦିଗରେ ଅନେକ ଟ୍ରକ୍‌ ଅଟକି ରହିଛି।

ବନ୍ଦଯୋଗୁଁ ଜନସାଧାରଣଙ୍କର ସ୍ୱାଭାବିକ ଜୀବନଯାପନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏହି ବନ୍ଦ ୧୨ ଘଣ୍ଟା ଧରି ଚାଲିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା, କିନ୍ତୁ ଆସନ୍ତାକାଲି ମହାଶିବରାତ୍ରୀ ପଡୁଥିବାରୁ ବନ୍ଦ ସମୟ ଅବଧି ୯ ଘଣ୍ଟାକୁ ହ୍ରାସ କରାଯାଇଛି।

Comments are closed.