Odisha Link
Bridging the Missing Links in Odisha

ଗୋଟିଏ ଝିଅକୁ ପ୍ରେମ କରି ଜୀବନ ହାରିଲେ ଦୁଇ ଭାଇ, ଟ୍ରେନରୁ ଡେଇଁ କଲେ ଆତ୍ମହତ୍ୟା

ରାଜସ୍ଥାନ: କାହାକୁ କେତେବେଳେ ଆଉ କେମିତି ପ୍ରେମ ହୋଇଥାଏ ତାହା ସମସ୍ତଙ୍କୁ ଅଜଣା। ସେମିତି ଗୋଟିଏ ଝିଅକୁ ଭଲ ପାଉଥିଲେ ଦୁୁଇ ଜଣ ସମ୍ପର୍କୀୟ ଭାଇ। ଏପରିକି ଦୁଇ ଭାଇ ନିଜ ହାତରେ ଝିଅର ନାଁ ଲେଖିଥିଲେ। ହେଲେ ହଠାତ୍‌ ଦୁଇ ଭାଇ ଟ୍ରେନ୍‌ ଆଗକୁ ଡେଇଁ କରିଛନ୍ତି ଆତ୍ମହତ୍ୟା। ଏଭଳି ଚରମ ପଦକ୍ଷେପ କ’ଣ ପାଇଁ ନେଇଛନ୍ତି ତାହା ଏବେ ପୁଲିସ କାରଣ ଖୋଜୁଥିବା ବେଳେ ଏଭଳି ଘଟଣା ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଚହଳ ପକାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ମହେନ୍ଦ୍ର ଓ ଦେବରାଜ ସବୁବେଳେ ଏକାଠି ବୁଲାବୁଲି କରନ୍ତି। ସେମାନେ ଆଶା ନାମ୍ନୀ ଗୋଟିଏ ଝିଅକୁ ଭଲ ପାଉଥିଲେ। ଏପରି କି ଉଭୟ ସେମାନଙ୍କ ବାହୁରେ ଆଶାଙ୍କ ନାଁର ଟାଟୁ ମଧ୍ୟ କରିଥିଲେ।

ସେମାନଙ୍କ ଫୋନରୁ ମିଳିଥିବା ଫଟୋ ଓ ଅନ୍ୟାନ୍ୟ ତଥ୍ୟରୁ ଜଣାପଡ଼ିଛି ଯେ ଉଭୟଙ୍କ ସହ ଆଶାଙ୍କ ସମ୍ପର୍କ ରହିଥିଲା। ତେବେ ଆଶାଙ୍କ ଘର ଠିକଣା ମିଳିପାରି ନାହିଁ। ଉଭୟ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କିନ୍ତୁ ସେମାନଙ୍କ ନିକଟରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ।

ସୂଚନାଥାଉକି, ବୁନ୍ଦି ଜିଲ୍ଲାର ଦବଲାନା ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ କେଶଭପୁର ଗାଁରେ ମହେନ୍ଦ୍ର ଗୁଜ୍ଜର(୨୩) ଓ ଦେବରାଜ ଗୁଜ୍ଜର(୨୩) ରହୁଥିଲେ। ଉଭୟ ସମ୍ପର୍କରେ ଦୁଇ ଭାଇ।

Comments are closed.