Odisha Link
Bridging the Missing Links in Odisha

ଅଭିନେତା ରଣବୀର କପୁର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ରଣବୀର କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବର୍ତ୍ତମାନ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ରଣଧୀର କପୁର ଏହା ଏକ ୱେବସାଇଟ୍ ମାଧ୍ୟମକୁ ସୂଚନା ଦେଇଛନ୍ତି।

ରଣଧୀର କହିଛନ୍ତି, ‘ମୁଁ ଜାଣିଛି ସେ ଭଲ ନାହାଁନ୍ତି, କିନ୍ତୁ ମୋର ବିଶ୍ୱାସ ହେଉନି ତାଙ୍କୁ ଏହା କିପରି ହେଲା। ମୁଁ ବର୍ତ୍ତମାନ ସହରରେ ନାହିଁ। ‘ ଏହି ଉତ୍ତର ରଣଧୀର ସେତେବେଳେ ଦେଇଥିଲେ ଯେତେବେଳେ ତାଙ୍କୁ ରଣବୀରଙ୍କ କରୋନା ସଂକ୍ରମିତ ବିଷୟରେ ପଚରାଯାଇଥିଲା ।

ଏହି ଖବର ଜାଣିବା ପରେ ଫ୍ୟାନ୍ସମାନେ ରଣବୀରଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ।ନିକଟରେ ରଣବୀରଙ୍କର ଏକ ଫଟୋ ସୋସସିଆଲ୍ ମିଡିଆରେ ଭାଇରାଲ ହୋଇଥିଲ । ଯେଉଁଥିରେ ଉଭୟ ଆଲିଆ ଏବଂ ଆୟାନ ରଣବୀରଙ୍କ ସହ ବ୍ରହ୍ମାସ୍ତ୍ରର ସେଟରେ ନଜର ଆସିଥିଲେ।

Comments are closed.