ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ମାଲବାହୀ ଟ୍ରେନଟି ବଲାଣି ଅଭିମୁଖେ ଯାଉଥିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା।
ଷ୍ଟେସନ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି। ପ୍ରାୟ ୪୦ ମିନିଟ୍ ଧରି ନିଆଁ ଜଳୁଥିଲା। ଫଳରେ ଇଞ୍ଜିନର ବହୁ ଅଂଶ ପୋଡ଼ି ଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ରେଳ ବିଭାଗ ଅଧିକାରୀ।