Odisha Link
Bridging the Missing Links in Odisha

କରୋନା: ଦେଶରେ ଚିନ୍ତା ବଢ଼ାଉଛି ୬ ରାଜ୍ୟ

ନୂଆଦିଲ୍ଲୀ: ପୁଣି କଲବଲ କରୁଛି କରୋନାର ଦ୍ବିତୀୟ ସଂକ୍ରମଣ। କମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲନାଡୁ ଯେତେବେଳେ ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ କଥା ସାମ୍ନାକୁ ଆସୁଛି ସେତେବେଳେ ଏହି ରାଜ୍ୟର ସଂକ୍ରମଣ କଥା ଆଗକୁ ଆସୁଛି। ଆଜି ସମଗ୍ର ଦେଶରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେବଳ ୬ଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୫ ପ୍ରତିଶତ।

କେରଳରୁ ୨୪୭୫ ଓ ପଞ୍ଜାବରୁ ୧୩୯୩ ଜଣ ଚିହ୍ନଟ ହୋଇଛନ୍ତି। ଏହା ସହିତ ମଧ୍ୟପ୍ରଦେଶ, ଗୁଜୁରାଟ, ହରିୟାଣାରେ ନୂଆ ସଂକ୍ରମଣ ଅଧିକ ହେଉଥିବା ସୂଚନା ମିଳିଛି।ଗୋଟିଏ ଦିନରେ ଦେଶରୁ ୨୨ ହଜାର ୮୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଅଢ଼େଇ ମାସ ଭିତରେ ସର୍ବାଧିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୮୫ ହଜାର ୫୬୧କୁ ବୃଦ୍ଧି ପାଇଛି।

ସେହିପରି ୨୪ ଘଂଟା ଭିତରେ ୧୨୬ ଜଣଙ୍କର ମୃତ୍ୟୁ ହେଇଛି। ଯାହାକି ୮୨.୫୪ ପ୍ରତିଶତ। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ପହଂଚିଛି ୧ ଲକ୍ଷ ୫୮ ହଜାର ୧୮୯ରେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ. ଗତ ୨୪ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ମହାରାଷ୍ଟ୍ରରେ ୫୪, ପଞ୍ଜାବରେ ୧୭ ଏବଂ କେରଳରେ ୧୪ଜଣ ମୃତ୍ୟୁ ବରଣ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ କରୋନା କାରଣରୁ କୌଣସି ମୃତ୍ୟୁ ହୋଇନଥିବା ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ମହାରାଷ୍ଟ୍ରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବା ବେଳେ କେରଳରେ ଏହି ସଂଖ୍ୟା ସବୁଠାରୁ ଅଧିକ କମିଛି।

ସେପଟେ ଯଦି ଟିକାକରଣ କଥା ଦେଖିବା ତେବେ ଭାରତରେ ଏଯାବତ ୨ କୋଟି ୫୬ଲକ୍ଷ ଟିକା ଦିଆସରିଛି। ଏହି ଟିକାକରଣ ପ୍ରକ୍ରିୟାକୁ ଏବେ ଅଧିକ ତ୍ୱରାନ୍ୱିତ କରାଯାଇ କରୋନା ବିରୋଧରେ ଚାଲିିଥିବା ଲଢେଇକୁ ସଫଳ କରିବା ପାଇଁ ସବୁସ୍ତରରେ ଜୋରଦାର ଉଦ୍ୟମ କରାଯାଉଛି।

Comments are closed.