Odisha Link
Bridging the Missing Links in Odisha

ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ-ଭାରତ ଆଉ ଗଣତାନ୍ତ୍ରିକ ଦେଶ ହୋଇ ନାହିଁ

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାରଙ୍କୁ ପୁଣିଥରେ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଟୁଇଟରରେ ଏକ ଟୁଇଟ କରି ରାହୁଲ କହିଛନ୍ତି ଯେ, ଭାରତ ଏବେ ଆଉ ଲୋକତାନ୍ତ୍ରିକ ଦେଶ ହୋଇ ନାହିଁ। ରାହୁଲ ନିଜ ଟୁଇଟରେ ଏକ ବିଦେଶୀ ଇନଷ୍ଟିଚ୍ୟୁଟ୍‌ର ରିପୋର୍ଟ ଦେଇଛନ୍ତି।

ରାହୁଲ ଗାନ୍ଧୀ ଟୁଇଟରରେ କ୍ୟାପସନ୍‌ ଦେବା ସହିତ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖା ଅଛି ଯେ, ଭାରତ ବର୍ତ୍ତମାନ ପାକିସ୍ତାନ ଭଳି ଆଣ୍ଟୋକ୍ରେଟିକ ଅଟେ। ବାଂଲାଦେଶ ଅପେକ୍ଷା ଭାରତର ଅବସ୍ଥା ଖରାପ।

ଫ୍ରିଡମ୍ ହାଉସ୍ ରିପୋର୍ଟରେ କୁହାଯାଇଛି ଯେ ଭାରତର କେବଳ କିଛି ଅଂଶ ସ୍ବାଧିନ ଅଟେ। ଭି-ଡେମ ଇନଷ୍ଟିଚ୍ୟୁଟର ଡେମୋକ୍ରାସି ରିପୋର୍ଟରେ ଭାରତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରୁ ନିର୍ବାଚନ ସ୍ବାଧିନତା ପର୍ଯ୍ୟନ୍ତ ଉଠିଛି।

ଭି-ଡେମ ଇନଷ୍ଟିଚ୍ୟୁଟର ରିପୋର୍ଟରେ ହଙ୍ଗେରୀ ଏବଂ ତୁର୍କୀ ସହିତ ଭାରତକୁ ନିର୍ବାଚନୀ ସ୍ବାଧିନତା ଭାବରେ ଦର୍ଶାଯାଇଛି । ଭାରତରେ ଗଣତନ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନେକ ଉପାୟ ଅଛି ବୋଲି ଦାବି କରାଯାଇଛି । ଏଠାରେ କହିବାର କୌଣସି ସ୍ୱାଧୀନତା ନାହିଁ ।

Comments are closed.