Odisha Link
Bridging the Missing Links in Odisha

କାଲିଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ମାଳ ମାଳ ପ୍ରସଙ୍ଗ ରଖିଛନ୍ତି ବିରୋଧୀ। ବିଶେଷ କରି ଶିମିଳିପାଳ ନିଆଁର ତାତି ଉଠିବ ବିଧାନସଭାରେ। କେମିତି ନିଆଁ ଲାଗିଲା, ସରକାର କାହିଁକି ଉଦାସୀନ ରହିଲେ, ଏନେଇ ସରକାରକୁ ଜବାବ ମଗାଯିବ ବୋଲି କହିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତ ଯେ, ନିଆଁ ଲାଗୁଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଥିଲେ। ସେହିପରି ରାଜ୍ୟର ଆଇନଶୃଙ୍ଖଳା, ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା ଆଦି ପ୍ରସଙ୍ଗ ମଧ୍ୟ ବିଧାନସଭାରେ ବିରୋଧୀ ଉଠାଇବେ।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଶିମିଳିପାଳ ନିଆଁ, ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ଦଳ। ଏହାର ଜବାବ ଦେଇ ବିଜେଡି କହିଛି, ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବ, ତାକୁ ସାମନା କରିବାକୁ ପ୍ରସ୍ତୁତ ଅଛି ଶାସକ ଦଳ।

Comments are closed.