Odisha Link
Bridging the Missing Links in Odisha

ଆଜି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜି ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହ ମାନଙ୍କର ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏ ନେଇ ପ୍ରାୟ ୪ଘଣ୍ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜୀଉଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ଦ୍ଵିତୀୟ ଭୋଗମଣ୍ଡପ ପୂଜା ବଢିବା ପରେ ଆପାତତଃ ସଂନ୍ଧ୍ଯା ୬ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଗୁପ୍ତାନୀତିକୁ ଦଇତାପତି ଓ ଅନ୍ୟାନ୍ୟ ସେବାୟତ ମାନେ ସମ୍ପାଦନ କରିବେ। ତେବେ ଏ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.