Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ମୋଦିଙ୍କ ପାୱାର ସୋ; ଜୟ ଜଗନ୍ନାଥ କହି ଆରମ୍ଭ କଲେ ଅଭିଭାଷଣ

ଓଏଲ୍‌ ବ୍ୟୁରୋ: ସରଗରମ ଓଡ଼ିଶା ରାଜନୀତି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି କ୍ରମରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି। ଓଡିଶା ଗସ୍ତରେ ଆସି ବ୍ରହ୍ମପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର କନିଷି ସଭାରେ ପହଞ୍ଚିଛନ୍ତି ମୋଦି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।

ଏଥିପାଇଁ କନିଷିରେ ଦଳ ପକ୍ଷରୁ ବିଶାଳ ଜନସମାବେଶ ଆୟୋଜନ କରାଯାଇଛି। ଜୟ ଜଜଗନାଥ, ଜୟ ଶ୍ରୀରାମ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ଆରମ୍ଭ କରିଛନ୍ତି। କନିଷି କାର୍ଯ୍ୟକ୍ରମ ଶେଷ ହେବା ପରେ ନବରଙ୍ଗପୁର ଚିକିଲିଗାଁ ପଡ଼ିଆରେ ମୋଦି ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଦିଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ଶିବିର ଚଳଚଂଚଳ ହୋଇପଡ଼ିଛି।

Leave A Reply

Your email address will not be published.