ଖାଇକୁ ଖସିଲା ବସ୍; ୨୭ ମୃତ, ୩୯ ଆହତ

ଜାକର୍ତ୍ତା: ଖାଇକୁ ଖସିଲା ପର୍ଯ୍ୟଟକ ବସ୍। ବ୍ରେକ୍ ଫେଲ୍ କାରଣରୁ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ପର୍ଯ୍ୟଟକ ବସ୍ ଖାଇରେ ଖସି ପଡ଼ିଛି। ଦୁର୍ଘଟଣାରେ ପ୍ରୟତଃ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ ଏବଂ ଉଦ୍ଧାରକାରୀମାନେ କହିଛନ୍ତି।
ସୂଚନା ମୁତାବକ, ବସ୍ରେ ଇସ୍ଲାମିକ୍ ଜୁନିୟର୍ ହାଇସ୍କୁଲ୍ର ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନେ ଥିଲେ। ପଶ୍ଚିମ ଜାଭା ପ୍ରାଦେଶିକ ସହର ସୁବଙ୍ଗରୁ ସେମାନଙ୍କୁ ନେଇ ଆସିଥିବା ବସ୍ଟି ବିଳମ୍ବିତ ବୁଧବାରରେ ପାହାଡ଼ ଉପରକୁ ଉଠିବା ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ଟି ଖାଇରେ ଓଲଟିପଡ଼ି ଥିବାବେଳେ ବସ୍ ତଳେ ଚାପି ହୋଇ ରହିଥିବା ଜଣେ ପିଲା ସମେତ ଗୁରୁବାର ସକାଳେ ୨୭ଟି ଶବ ଓ ୩୯ ଜଣ ଆହତ ବ୍ୟକ୍ତିଙ୍କୁ ପାଖରେ ଥିବା ଏକ ଡାକ୍ତରଖାନା ଏବଂ କ୍ଲିନିକ୍କୁ ନିଆଯାଇଛି। ଆହତମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତ୍ବର ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ବସ୍ ଡ୍ରାଇଭର୍ଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ସ୍ଥାନୀୟ ପୁଲିସ ମୁଖ୍ୟ ଏକୋ ପ୍ରାସେତ୍ୟୋ ରୋବିୟାଣ୍ଟୋ କହିଛନ୍ତି, ସୁବଙ୍ଗ ପ୍ରଦେଶର ତାସିକମାଲୟା ଜିଲ୍ଲାରେ ଥିବା ଏକ ତୀର୍ଥସ୍ଥାନରୁ ଫେରୁଥିବା ବେଳେ ସୁମେଡାଙ୍ଗ୍ ଜିଲ୍ଲାର ଏକ ଗଡ଼ାଣି ରାସ୍ତାରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇବାରୁ ବସ୍ଟି ୨୦ ମିଟର ଗଭୀର ଖାଇ ମଧ୍ୟକୁ ଖସିପଡ଼ିଥିଲା।