ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ୧୨ଟାରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ। ତେବେ ସେ କେଉଁ ବିଷୟ ଉପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ସେନେଇ କୌଣସି ନିଦ୍ଧିଷ୍ଟ ସୂଚନା ଦେଇନାହାନ୍ତି।
ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରୁ ପ୍ରଥମ କରି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆସନ୍ତାକାଲି ଏହାକୁ ଠିକ୍ ବର୍ଷେ ପୂରଣ ହେବାକୁ ଯାଉଛି। ଏହା ଭିତରେ କୋଭିଡ୍ କଟକଣା ମଧ୍ୟ କୋହଳ ହୋଇଛି। ହେଲେ କୋଭିଡର ଦ୍ୱିତୀୟ ଲହର ଏବେ ଚାରିଆଡେ ଭୟ ସଂଚାର କରିଛି।
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସଚେତନ କରିବା ସହିତ ବାର୍ତ୍ତା ଦେଇପାରନ୍ତି ବୋଲି କୁହାଯାଉଛି। ତେବେ ଦିନ ୧୨ଟାରେ ହିଁ ନବୀନ କେଉଁ ବିଷୟରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ସେନେଇ ସଠିକ୍ ସୂଚନା ମିଳିପାରିବ।